କାଳୀ ବୋହୂ
ଆଲୋ ଏ କାଳୀ ବୋହୁ କୁଆଡେ ଗଲୁ କିଲୋ କାନ ରେ କଣ? ଗୋଟେ ତାର ମାଡିକି ବସିଛୁ, ହଁ ତୋ ଗେରସ୍ତ ଆଣିକି ତତେ ,ଦେଇଛି ,ଆଲୋ ଆଲୋ ଆମକୁ ସିନା ଆକାଶ କଇଁ ଆଚିଲିକା ମାଛ ,ତୋ ଗେରସ୍ତ ତତେ ଦେଇଛି କଣ ଗୋଟେ ଡବାପରି ଦରବ,ଆଉ ତାର ଯୋଡ଼େ ଯେତେବେଳେ ଦେଖୁଛି କାନ ରେ ମାଡିକି ବସୁଛୁ ,ଦିନ ରାତି ନା କାମ ଦିଶୁଛି ତତେ ଆଲୋ ପିଲା ପିଲି ଥିଲେ ,ସିନା ସେମାନଂକର ଜଞ୍ଜାଳ ରେ ବ୍ୟସ୍ତ ରୁହନ୍ତୁ ,ଆଉ ସେଟା ବି ତ ନାହିଁ ,ଆଉ ଛାଡେ ମୋ ଜଞ୍ଜାଳ କରିବାକୁ ତତେ କଷ୍ଟ ,ମନେ ମନେ ଭାବୁଥିବୁ ବୁଢ଼ି କୁ ମରଣ କାହିଁକି ??ହଉନି
ମତେ ବେସି ଆକଟ କରୁଛି ।କାମ ବତଉଛୁ ଆଲୋ ତୋ ହାତ ଟେକା ପାଣି କୁ ଅନେଇଛି ବୋଲି ତୁ ମୋ ଉପରେ ଦଉ ସାଧୁଛି ।ନା କଣ ??ସକାଳୁ ସକାଳୁ,ଚାଆ ମୁନ୍ଦେଦେବାକୁ ତତେ ଡାକୁଛି ,କାଳୀ ତାର ତାର ହୋଇ ଯାଉଛି ବୋଉ , ଆଲୋ ତଳ ବରଡ଼ା ଖସୁଛି ,ଉପର ବରଡ଼ା ହସୁଛି ମଝି ବରଡା ଥା ଇ କହୁଛି ,ତୋ ବେଳ କାଳ ଆସୁଛି ଲୋ ,ବ୍ୟସ୍ତ ହଅନି ଆଜି ରଘୁଆ ଆସୁ ତୋ ଖବର ନବ କହି ରାଗ ତମ ତମ ହୋଇ ଉମା ଦେବୀ ଘର ଭିତରକୁ ଚାଲିଗଲା।ବୋଉ ର ରାଗ ରଘୁଆ ଜାଣେ ହେଲେ ସ୍ତ୍ରୀ କୁ କିଛି କହି ପରେ ନା କି ମାଆ କୁ ,ଖାଲି ଶୁଣିବ ହଁ ହଁ ମାରି ସେ ଜଗା ରୁ ଖସି ପଳେଇ ଯାଏ ।
ଉମା ଦେବୀ ବୟସ ପ୍ରାୟ ସତୁରି ଉପର କୁ, ହେଲେ କେବେ ବି ତା ବୟସ ସେ କାହାକୁ କହେନି ,ରଘୁଆ ତାର ଗୋଟିଏ ବୋଲି ପୁଅ,ପ୍ରାୟ କୋଡିଏ ବର୍ଷ ବାଞ୍ଝ ରେ କେତେ ଦିଅଁ ଦେବତା କରି ପାଇଛି ତାକୁ ,ରଘୁଆ ଯେତେ ବେଳେ ଦୁନିଆଁ ରେ ପଥମ ପାଦ ଦେଲା ,ବହୁତ ଖୁସି ,ଖୁସି ରେ ରଘୁଆ ବୋଉ ରେ ବାପା ଙ୍କର ପାଦ ତଳେ ଲାଗୁନଥିଲା ,ଏଇ ଘର ଅଗଣା ରେ କେତେ ସିଏ ତାକୁ ଚାଲିବା ଶିଖେଛି ।ତା କୁନି କୁନି ପାଦ ଯେତେ ବେଳେ ମାଟି କୁ ସ୍ପର୍ଶ କଲା ତା ମନ ରେ ଖୁଶି କାହିଁ ରେ କଣ?ହେଲେ ଆଜି ତା ଅଗଣା ଖାଲି ସେ କୁନି କୁନି ପାଦ ଆଉ ନାହିଁ ,ଘରେ ମାତ୍ର ତିନି ଜଣ ଲୋକ,ରଘୁଆ ରଗାଁ ମୁଣ୍ଡ ରେ ଗୋଟେ ଜଳଖିଆ ଦୋକାନ ତାକୁ ଲାଗିକି ପାନ ଦୋକାନ ,ବାପା ତାର ପ୍ରଥମେ ପାନ ଦୋକାନ କରିଥିଲେ ,କୋଉ ଆଗରୁ ,ତା ବାହାଘର ଯୌତୁକ ଟଙ୍କା ରେ ସେ ଜଳ ଖିଆ ଦୋକାନ ଟେ କରିଛି ,ଭଲ ପଇସା ମଧ୍ୟ ରୋଜଗାର କରୁଛି ହେଲେ ପିଲା ପିଲି ନାହିଁ ।,ତାର ବୟସ ଚାଳିଶି ଉପରକୁ ତିନି ତିନି ତା ପିଲା ତାର ନଷ୍ଟ ପେଟ ଭିତରୁ ,କାଳୀ କୁଆଡେ ତାକୁ ଲୁଚାଇ ପିଲା ଗୁଡିକ ନଷ୍ଟ କରି ଦେଉଛି ,ଗାଁ ବଇଦ ପାଖ କୁ ଯାଇ ,ଉମା ଦେବୀ କହୁଥିଲା ,ରଘୁଆ କୁ ହେଲେ ,ସେ ବିଶ୍ୱାସ କରେନି ଯେ ତା କାଳୀ ଏମିତି ଗୋଟେ ଅପରାଧ କରିବ ବୋଲି ।
ସକାଳୁ ସକାଳୁ ପଖାଳ ଭାତ ସାଙ୍ଗ କୁ ବାରି ର ସଜନା ଶାଗ ଭଜା ତାକୁ ଭାରି ଭଲ ,ପେଟିଏ ଖାଇ ଦୋକାନ କୁ ବାହାରି ଯାଏ ,ରାତି ନଅ ଟାରେ ଘର କୁ ଫେରେ ,ତା ପରେ ବୋଉ ପାଟି ରୁ କାଳୀ ନା ରେ ଅଜସ୍ର ଆପତ୍ତି ଅଭିଯୋଗ ,ଖାଇଲା ବେଳ ଠାରୁ ଶୋଇଲା ଯାଏ, ମନ ଦେଇ ଶୁଣେ ,ଆଉ ଯେଉଁ ଦିନ ନ ଶୁଣିବ ବୋଉ ତାର ସେଦିନ ଆଉ ରାତି ରେ ନ ଖାଇ ରାଗିକି ଶୋଇ ପଡିବ ,।ତେଣୁ ତାକୁ ନ ଭଲ ଲାଗିଲେ ବି ଶୁଣେ ,ମିଛିମିଛିକା କାଳୀ କୁ ଗାଳି କରେ, କାଳୀ ଗାଳି ଖାଇବା ଦେଖିଲେ ,ଉମା ଦେବୀ ଭାବେ ଯାହା ହଉ ମୋ ପୁଅ ମୋ କଥା ରେ ଅଛି , ।
କାଳୀ ଝିଅ ତା" ବୋଉ ର ଜମା ପସନ୍ଦ ନୁହେଁ ,ସେ ଭଲ ଭାବେ ଜଣେ ଯେତେ ମନା କଲା,ବାହା ହନା ତାକୁ ରଘୁଆ, ହେଲେ ତା କଥା ନ ମାନି ରଘୁଆ ତାକୁ ବାହା ହେଲା ,ଯେ ଯାହାକୁ ରସିଲା ମଲ୍ଲୀ ଫୁଲ ପରି ବାସିଲା,ତା ଶଳା ହେଲା ତାର ସାଙ୍ଗ ,ପିଲା ଦିନ ରୁ ସେ କାଳୀ କୁ ଦେଖି ଭାବି ନେଇ ଥିଲା,ସେ ତାକୁ ନିଜ ଘରଣୀ କରିବ ବୋଲି,କାଳୀ ବି ଭଲ ଝିଅ ଟେ କେବେ ଉମା ଦେବୀ ର ଗାଳି ର ପ୍ରତିଉତ୍ତର ଦିଇନାହିଁ ।ଯେତେ ବେଳେ ଉମା ଦେବୀ ବୋହୁ କୁ ଗାଳି କରେ ,ରଘୁଆକାନ ବନ୍ଦ କରି ଚାଲି ଯାଏ, କାଳୀ କୁ ଗାଳି ଦିଏ ନାହିଁ।
ସେତେବେଳେ ଉମା ଦେବୀ ର ରାଗ ର ତାଣ୍ଡବ ବଢି ଯାଇ,କାଳୀ କୁ ସିଏ ବେଶି ଗାଳି କରେ ଆଲୋ ଏ ମୌନ ମୁହିଁ ,କିଛି ଜାଣି ନାହିଁ ମୌନ ମୁହିଁ,ରହି ଥାଏ ଘର କୋଣ ରେ ,ଘଇତା ଆଗରେ ସକେଇ କାନ୍ଦେ କିଛି ଦେଇ ନାହିଁ ତୁଣ୍ଡେ,,ସେ ଭାବେକାଳୀ ତା ପୁଅ କୁ ଏବେ ହାତ ମୁଠା ରେ ରଖି ଲାଣି,।
ରାଗିକି ରଘୁଆ କୁ କୁହେ ,ରହ ରେ ରଇଜଳା ଏକ ମାଘ କେ ଶୀତ ଯାଏ ନି ରେ ,ମତେଯେମିତି କଲବଲ କରୁଛୁ ସେମିତି ହେବୁ ,କାଳୀ ର ଶାଶୂର ତାକୁ ଝିଅ ଭଳି ଦେଖୁଥିଲେ ,ମଲା ବେଳ କୁ ତା ଠାରୁ କଥା ନେଇ ଥିଲେ ,ଶାଶୁ କୁ ମା ପରି ଦେଖିବୁ ,କିଛି କହିବୁନି ତାକୁ ,ହେଲେ କେତେ ସହିବ ଗାଳି ବେଳେ ବେଳେ ତାକୁ ବି ରାଗ ଲାଗେ ,ପିଲା ଥିଲେ ସିନା କିଛି ତା ମନ ପରିବର୍ତ୍ତନ ହେଇଥାନ୍ତା ।,ରାଗ ଆସିଲେ ମାଟି ଚୁଲି କି କାଠ ଫଳିଆ ରେ ଦୁଇ କାଠ ପିଟି ଦିଏ ।,ଶାଶୁ ବୁଢ଼ୀ ଦେଖିକି ଆହୁରି ରାଗିକି ପଞ୍ଚମ ଆଲୋ ଆଲୋ ଶାଶୁ ମାରୁ ଥାଏ ବୋହୂକୁ ,ବୋହୁ ସବା ଖାଇ କାହାକୁ ମାରିବ, ମାରୁଥାଏ ଚୁଲି ମୁଣ୍ଡ କୁ ତୋ ମୁଣ୍ଡ ରେ ଗୁଣ୍ଡ ଲୋ କାଳୀ ବୋହୁ ମୋର ଏତେ ପୁରୁଣା ଚୁଲି କୁ ଭାଙ୍ଗି ଦେଲୁ ।
ଆଲୋ ଆଲୋ ମୋ ଘର କୁ କଣ କଲାଣି ଲୋ ।,କହି କାନ୍ଦୁ କାନ୍ଦୁ ,ପଡିଶା ଘର ଖୁଡି ଆସି କାଳୀ ପଟେ ବାହାରି କହନ୍ତି। ଆହେ ଭାଉଜ ଗୋଟେ ହାତ ରେ କଣ ତାଳି ବଜେ ,କାହିଁକି??ସେ ବୋହୂ ଟା କୁ ଦିନ ରାତି ଗାଳି କରୁଚ,ଗୋଟେ ବୋଲି ବୋହୂ ତମର ,ପିଲା ପିଲି ନାହିଁ ,ହବ ନି କେତେବେଳେ ,ପ୍ରଭୁ ତାକୁ ନିଶ୍ଚିତ ଭାବରେ ଦେବେ ତା ଦୁଃଖ ବୁଝିବେ ,ଉମା ଦେବୀ କହେ ହଁ ଲୋ ଯା ତିନି ତିନି ତ ନଷ୍ଟ କଲାଣି ଆଉ ଭଗବାନ କଣ ଦେବେ ?ତତେ କିଆଁ ଏତେ ଦୁଃଖ ନା ଗୁଚି ମ ଆଲୋ ନିଜ ଘର ସମ୍ଭାଳ
ମୋ ଘର କୁ ମୁଁ ଅଛି ,କହି ଦେଉ ଥାଇ ପର କୁ ବୁଦ୍ଧି ନ ଦିଶଇ ନିଜ ଘର କୁ,ଯା ଯା ନିଜ ଘର ସମ୍ଭାଳ ତା ପରେ ଏଠି ଆସିକି ମମତ୍କାର ହେବୁ ।ପଡୋଶୀ ସବୁ ରାଗ ରେ ତାଙ୍କ ଘର କୁ ଚାଲିଯାନ୍ତି ,ଆଉ କେବେ ଶାଶୁ ବୋହୁ କଳି ରେ ବାହାରି ବାକୁ ପସନ୍ଦ କରନ୍ତିନି ।ଅଯଥା ଗାଳି ଶୁଣି କାଳୀ ବୋହୁ ର ମୁଣ୍ଡ ଫାଟି ଗଲା ପରି ବିନ୍ଧା ହୁଏ, ଗାଁ ରେ ଜଣେ ନୂଆ ଡାକ୍ତର ବାବୁ ଆସିଛନ୍ତି ,ରଘୁଆ ସେଠିକି କାଳୀ କୁ ନେଇ ଯାଇ ଥିଲା।
ଡାକ୍ତର ବାବୁ ଦେଖିଲେ ,କାଳୀ ର ଚାରି ମାସ ହେବ ଗର୍ଭ ହେଇଛି ,ରଘୁଆ ମନ ଏକ ଦୁମ ଖୁସି କହିଲେ ,ନ ସରେ ,ପଡ଼ିଶା ଘର ର ଭିମା ବୋଉ ଘରେ କୁଆଡେ ଠାକୁରାଣୀ ବାହାରୁଛନ୍ତି ତାଙ୍କ ଠାରୁ ହୁକୁମ ଖାଇକି କୋଉଠି କାଳୀ ଆଜି ଗର୍ଭ ବତୀ ସେ କୁଆଡେ ଦଣ୍ଡ ମଇପି ଆଗେ କହୁଥିଲା ,ହେଲେ ତା ଶାଶୁ ଆଗେ କିଏ କହିବ କହୁ କହୁ ବକ ବକ ହୋଇ ମୁଣ୍ଡ ଖାଇବେ ,ନକହିଲେ ଆହୁରି କୀଳା, ତା ପାଖ କୁ ଯିଏ ଯିବ ଆ ବଳଦ ମତେ ବିନ୍ଧ ,ତାର ଅଳ୍ପ ବିଦ୍ୟା ପୁରା ଭୟଙ୍କର ,କଣ କରିବ ରଘୁଆ କିଛି ବୁଝି ପାରୁନଥିଲା।
ସେ ଦିନେ ରାତି ରେ ବୋଉ ତାର ଖାଇ ବସିଲା ବେଳେ ରଘୁଆ କହିବାକୁ ଭାବିଲା ,ବୋଉ ତାର ନିତି ଦିନ ପରି କାଳୀ କୁ ଗାଳି କରୁଥାଏ,ରଘୁଆ ଯାଇ କି ମା ପାଖେ ବସି ପଡ଼ିଲା ,ଆଲୋ ବୋଉ ତୁ କାହିଁକି??ତା ଉପରେ ଗର୍ ଗର୍ ସବୁ ବେଳେ ହଉଛୁ କହିଲୁ , ଉମା ଦେବୀ କହିଲା ଆମ୍ବ ଗଛ ର ସିଅ, ବୁଢା ଆଗେ ବୁଢ଼ୀ ସକେଇ କାନ୍ଦେ ଖଡୁ ବଦଳାଇ ଦିଅ,ଆରେ ମୋ ଫଟା କପାଳ ରେ ରଘୁଆ ମୋର କୁଳ ବୁଡ଼ିଲା ତୋ ମାଇକିନିଆ ଯୋଗୁ ହେ ଭଗବାନ ଅରକ୍ଷିତ କୁ ସାହା ହୁଅ ତିନି ତିନି ଟା ତଣ୍ଟି ମୋଡି ଖାଇଲେଣି ଡାହାଣୀ ମୋ ରଘୁଆ କୁ ଖାଇଯିବ ଲୋ ତୁ ଗୋଦାର କୋଡେ ଯେତେ ମାଡ଼େ ସେତେ ,ତତେ କହୁଛି ଆଉ ଗୋଟେ ମାଇ କିନିଆ କୁ ଘରଣୀ କରି ଆଣେ, ତୁ ମୋ କଥା କଣ? ଶୁଣୁ ଛୁ ,ଆପଣା ହସ୍ତେ ଜ୍ବହା ଛେଦି ,ଆରେ ତାର କେ ଅଛି ପ୍ରତିବାଦୀ।
ରଘୁଆ କିଛି ବୁଝି ପାରୁନଥିଲା ,କେମିତି ବୁଝେଇବ ବୋଉ କୁ ତାର ସେ ତ ରାଣ୍ଡି ପୁଅ ଅନନ୍ତ ବୋଉ ତାର ବହୁତ କଷ୍ଟ ସହିଛି ।ଯେତେ ଗାଳି କଲେବି ସେ ତା ବୋଉ ,କାଳୀ କୁ ବି ସେ ବହୁତ ଭଲ ପାଏ। ହେଲେ ଆଜି ସେ ସମୟ ର ଦୋଛକିରେ ,ଗୋଟେ ଶାଢ଼ୀ ଆଣିଥିଲା ,କାଳୀ ପାଇଁ ,କାଳୀ ଯେତେବେଳେ ସେଟା ପିନ୍ଧିଲା ବୋଉ ତାର ଦେଖେଇ ସେଖେଇ କେତେ କଥା ,ଆଲୋ କେତେ ଚାହିଁ ଥାଉ ମତେ ତୋ ଠାରୁ ସୁନ୍ଦର ମୋର ଵିନୋଦିଆ
ଚାକର ରଖିବ ତତେ, ସେ ଦିନ ଠାରୁ କାଳୀ ଆଉ ନୂଆ ଶାଢ଼ୀ ପିନ୍ଧିନି,।ରଘୁଆ ବୋଉ କୁ ତାର ଧୀରେ ଯାଇ କହିଲା ,ଆଲୋ ବୋଉ ଡାକ୍ତର ବାବୁ ଯୋଉ ଗାଁ ଙ୍କୁ ନୂଆ କରି ଆସିଛନ୍ତି ,ସେ କହୁଥିଲେ କାଳୀ ର କୁଆଡେ ଚାରିମାସ ର ଗର୍ଭ ,ତାର ମୁଣ୍ଡ ଯୋଉ ବିନ୍ଧୁ ଥିଲା,ସେଥିପାଇଁ ମୁଁ ତାକୁ ଡାକ୍ତର ଖାନା ନେଇକି ଯାଇଥିଲି,
ହାଇରେ ମଇପ ଭଲିଆତୁ ଖାଲି ତାକୁ ଟେକେ କଣ?? ଗୋଟେ,ଫୋନ ଆଣିକି ଦେଇ ଚୁ ଯେ ଦିନ ରାତି କାନ ରେ ମାଡିକି ବସୁଛି ,ରଘୁଆ କହିଲା ,ହଁ ସେ ଛକ ରେ ସାନିଆ ଭାଇ ଗୋଟେ ନୂଆ ଫୋନ ଦୋକାନ ଟେ ଖୋଲିଛି ମତେ ଗୋଟେ ଫୋନ ଦେଇଚି ଆର ବର୍ଷ ପାଞ୍ଚ ବସ୍ତା ଧନ ନେଇ ଥିଲା ତା ସୁଧ ବାବଦ କୁ ମ।
ସେ ଫୋନ ରେ କେତେ ଗୀତ ଅଛି ତ, କାଳୀ କୁ ଟିକେ ଗୀତ ଶୁଣିବାକୁ ଭଲ ଲାଗେ ସେଥିପାଇଁ ତାକୁ ମୁଁ ଦେଇଛି ,ଡାକ୍ତର ବାବୁ ବି କହୁଥିଲେ ,ଏ ସମୟ ରେ ଗୀତ ଶୁଣିବ,ମନ ଖୁସି ରଖିବ ,ଭଲ ଭଲ ଚିନ୍ତା କରିବ ଆଉ ଭଲ ଖାଇବ,ତେବେ ଯାଇ ସୁସ୍ଥ ସୁନ୍ଦର ପିଲା ହେବ ,।ହଁ ରେ ରଘୁଆ ଗୋଟେ ନାତି ଟୋକା ଟେ ମତେ ତୁ ଦେଇ ଦେଲେ ମୋ ମନ ସହିତ,ତା ପାଦ ସ୍ପର୍ଶ ରେ ମୋର ଘର ଅଗଣା ପୁରି ଉଠନ୍ତା ଖୁଶି ରେ ।ହଉ ଯା ଶୋଇବୁ ରାତି ହେଲାଣି ,ଆଜି ବୋଉ ମୁଣ୍ଡ ଥଣ୍ଡା ଭାବି,ରଘୁଆ ବାରେଣ୍ଡା ରେ ଖଟିଆ ଟେ ପକେଇ ଶୋଇ ଗଲା
ବୋଉ ପାଖ ରେ ସୁଲୁ ସୁଲୁ ପବନ ରେ ନିଦ ହେଇ ଗଲା ତାକୁ
ସକାଳୁ ପଖାଳ କଂସାଏ,ଖାଇ ଦୋକାନ ବାହାରି ପଡିଲା ।କାଲି ଠାରୁ ବୋଉ ମୁଣ୍ଡ ଥଣ୍ଡା ତାର, ସକାଳୁ ସକାଳୁ ଆଲୋ ମୋ ଘର ମଣି କୁଆଡେ ଗଲୁ ରେ ଶୁଣି ରଘୁଆ ଚମକି ପଡିଲା ,ଆଜି ସୂର୍ଯ୍ୟ କଣ ପଶ୍ଚିମ ଦିଗ ରେ ଉଦୟ ହେଇଛନ୍ତି ନା କଣ ,ଆଲୋ କାଳୀ କୁଆଡେ ଗଲୁ କି ମାଅ ,କାଳୀ ଧଇଁ ସଇଁ ହୋଇ ହଁ ବୋଉ ଯାଉଛି ,ଆଲୋ ଆଲୋ ଦୌଡୁ ଚୁ କାହିଁକି???ନା ମ ବୋଉ ତମେ ଗାଳି ଦେଵ ବୋଲି ମୁଁ ଶୀଘ୍ର ଶିଘ୍ର ଆସିଲି ଭାରି ,ଆଲୋ ରହ ମୋ ପିଲା ଟା କୁ ମାରିବୁ କି ତୁ,ତୁ ମର ପଛେ ମୋ ପିଲା କୁ ହୋସିୟାର ଭଲ ରେ ରଖିବୁ କାଳୀ ମନେ ମନେ ଭାବିଲା
ମାଆ ଟା ର ପେଟ ରେ ପିଲା ବଢୁଛି ହେଲେ ମାଆ ର ଚିନ୍ତା କାହାର ନାହିଁ ,ସମସ୍ତେ ପିଲା କଥା ଚିନ୍ତା ,ହଁ ବୁଢୀ କାଳେ ପିଲା ହେଉଛି ତାର ଆଉ କଣ କହିବ ?,ସ୍ୱର୍ଗ କୁ ନିଶୁଣି ନାହିଁ କି ବଡ଼ ଲୋକ କୁ ଉତ୍ତର ନାହିଁ ଭାବି ଚୁପ ରହି ଗଲା ସେ ।
ରଘୁଆ ମଝି ରେ ମଝିରେ ତାକୁ ନେଇ ଡାକ୍ତର କୁ ଦେଖାଏ ,କାଳୀ ମାର୍ତ୍ତୃତ୍ୱ ବହୁତ ଦିନ ପରେ ପାଇଛି ଭାବି ମନେ ମନେ ଖୁସି ହୁଏ ନିଜ ର ଯତ୍ନ ନିଏ ସେ ,ଏବେ ତାର ଦଶ ମାସେ ଡାକ୍ତର କହୁଥିଲେ ,ଏଆରୀ ଭିତରେ ପିଲା ଟିଏ ହବତାର ରଘୁଆ ମନ ପୁରା ଖୁସି ,କୁନି କୁନି ପାଟି ରେ ତାକୁ ବାବା ଆଉ କାଳୀ କୁ ବୋଉ ଡାକିବ ।ହେଲେ କାଳୀ କୁ ଡର ମାଡୁ ଥାଏ।ଯେତେବେଳେ ଡାକ୍ତର ବାବୁ କହିଲେ ଅପରେସନ ରେ ଛୁଆ ଟେ ହେବ ବୋଲି ,ତାକୁ ଭାରି ଡର ,ହେଲେ ଡାକ୍ତର ବାବୁ ବୁଝା ସୁଝା କଲା ପରେ ତା ମନ ଟି ଥୟ ଧରିଲା ।କାଳୀ ପେଟ ରେ ଦି ଦିନ ହେବ ଭାରି ବ୍ୟଥା,କାହାକୁ କିଛି ନ କହି ଗୁମୁରୀ ଗୁମୁରୀ କାନ୍ଦେ ,ଆଉ ବେଶି କାମ କରି ପାରୁନି ,ଏମିତି ଡାକ୍ତର ବାବୁ ତାକୁ କହିଥିଲେ ବେଶୀ ଟିକେ ରେଷ୍ଟ ନବାକୁ,ରଘୁଆ ରୋଷେଇ ବାସ କରି ଦୋକାନ କୁ ଯାଏ,ସବୁଦିନ ,କାଳୀ ନିଜେ ଖାଇ ,ଆଉ ସବୁ ପାଇଟି ଧୀରେ ସୁସ୍ତେ କରେ ,।ହେଲେ ଆଜି କାଳୀ ସେଜ ରୁ ଉଠି ପାରୁନି ,ତାକୁ ଲାଗୁଛି ତାର ସବୁ ହାଡ଼ ଭାଙ୍ଗି ଯାଉଛି ।ଭାରି କଷ୍ଟ ହେଉଛି ତା ପାଖ ରେ କେହି ନାହାନ୍ତି ,ସମସ୍ତେ ଭାଗବତ ଶୁଣିବାକୁ ଗାଁ ମନ୍ଦିର ଯାଇଛନ୍ତି ।
ବେଳ କୁ ବେଳ ପେଟ ଭାରି କାଟି ଲାଣି,ମନେ ପଡ଼ିଲା,ତାର ଫୋନ କଥା ,ରଘୁଆ କୁ ଫୋନ କଲା ,ଭାଗ୍ୟ କୁ ତାର ଫୋନ ରଘୁଆ ଧରିନେଲା ,ଶୀଘ୍ର ଆସି କାଳୀ କୁ ଡାକ୍ତର ପାଖ କୁ ନେଇ ଚାଲିଗଲା ।ଆଉ କିଛି ସମୟ ଭିତରେ ପିଲା ଟିର କୁଆଁ କୁଆଁ କାନ୍ଦ ରେ ଡାକ୍ତର ଖାନା ପୂରି ଗଲା ,ରଘୁଆ ର ଖୁଶି କହିଲେ ନ ସରେ ହେଲେ କାଳୀ ର ଅବସ୍ଥା ପୁରା ଖରାପ ମରିବକି ବଞ୍ଚିବ କହି ହେଉ ନ ଥାଏ ।ଉମା ଦେବୀ ଆସି ହାଜର ଆରେ ରଘୁଆ ମୋ ନାତି ଟୋକା କୁ ଦେଖି ବାକୁ ଆସିଲି ରେ ରଘୁଆ।ନାଇ ଲ ବୋଉ ତୋର ନାତୁଣୀ ଟିଏ ହୋଇଛି ।ଉମା ଦେବୀ ମୁଣ୍ଡ ରେ ହାତ ଦେଇ ବସିଲା ,ହଇ ରେ ରଘୁଆ ମୋ କୂଳ ତୁ ବୁଡ଼େଇ ଦେଲୁ,ତୋ ମାଇ କିନା ମତେ ଭସେଇ ଦେଲା ରେ ,ଏତେବର୍ଷ ବାଞ୍ଝ ରେ,କହି ରାଗ ମନ ଦୁଃଖ ରେ ତର ତର ହୋଇ ଘର କୁ ଚାଲି ଗଲା ,,ଆଉ ନିତୁଣୀ କୁ ଦେଖିଲାନି।
ସେପଟେ କାଳୀ ବୋହୁ ର ଅବସ୍ଥା ରେ ଧୀରେ ଧରେ ସୁଧାର ହେଉଥାଏ ,ଡାକ୍ତର ବାବୁ ବହୁତ ଲାଗି ଥାନ୍ତି କାଳୀ କୁ ବଞ୍ଚେଇ ବା ପାଇଁ ,ଯେତେ ବେଳେ ରଘୁଆ କାଳୀ ପାଖ ରେ ତା ଝିଅ କୁ ଆଣି ରଖି ଦେଲା ,ବାରମ୍ବାର ସେ କୁନି ହାତ କୁନି ପାଦ ରସ୍ପର୍ଶୀ ରେ ନୂଆ ଜୀବନ ନୂଆ ମାର୍ତ୍ତୃତ୍ୱ ଭାରି ଯାଇଥିଲା ,କାଳୀ ଦେହ ରେ ,ସେ ଏବେ ଶୀଘ୍ର ଶୀଘ୍ର ଭଲ ହେଉଛି ।ରଘୁଆ ସେତେବେଳେ ଗାଁ ଟା ସାରା ମିଠା ବାଣ୍ଟିଲା ।
କିଛି ଦିନ ଭିତରେ କାଳୀ ସମ୍ପୂର୍ଣ ସୁସ୍ଥ ହୋଇ ,ଘର କୁ ଝିଅ କୁ ନେଇ ଫେରିଲା ,ଉମା ଦେବୀ ଙ୍କୁ ଡାକିଲା ,ଉମା ଦେବୀ ରାଗିକି ହୁ କି ଚୁ କରୁ ନ ଥାଏ।କାଳୀ ଆଗେ ଯାଏ କହିଲା ,ବୋଉ ତୁମ ନାତୁଣୀ କୁ ଦେଖ କେମିତି ଜୁଲୁ ଜୁଳୁ କରି ଚାହିଁଚି ତୁମ କୁ ।ମୁଁ ତାକୁ ଡାକ୍ତର କରିବି ବଡ଼ ହେଲେ ,ସେ ଆମ ଗାଁ ର ନା ରଖିବ।କାଳୀ ବୋହୁ କଥା ଶୁଣି ଉମା ଦେବୀ କୁ ଆହୁରି ରାଗ ,ଆଲୋ ଏତେ ସପନ କୁ ରାତି କାହିଁ।ଝିଅ ପିଲା ଢ଼ିଙ୍କି ସ୍ୱର୍ଗ କୁ ଗଲେବି ଧାନ କୁଟିବ ହିଁ କୁଟିବ, ।ଯା ଯା ତୋ କାମ କର ବେଶୀ ଫୁଲେଇ ହୋଇ କଥା କହନା, କାଳୀ ବୋହୁ ହଁ ଆସୁ ଆସୁ ବୋଉ ତୁମର ଏମିତି କଥା ଗୁଡିକ ଶୁଣିବାକୁ ଆଉ ଭଲ ଲାଗୁନି।
ଆଲୋ ଆଲୋ ମାଆ ହେଇଗଲୁ ବୋଲି ମତେ ଜବାବ ଦବୁ ,ଅତି ଅଲାଜୁକି ନାଚି ଯାଏ,ଅତି ପୋଡା ମୁହିଁ ଗୀତ ଗାଏ।,ତୁ ଟି ସେଇ ପୋଡା ମୁହିଁ କାନ ରେ ତାର ମାଡିକି ,ଗୀତ ଶୁଣୁଥିଲୁ ପରା, ମୋ ଘର ବୁଡି ଗଲା ରେ ରଘୁଆ ତୋ ମାଇକିନିଆ ମତେ ଜବାବ ଦେଲାଣି,, ତୋ ଝିଅ ମତେ ଦେଖି ହସୁଛି।
ରଘୁଆ ଆଶ୍ଚର୍ଯ୍ୟ ଆଲୋ ବୋଉ ତୋ ମୁଣ୍ଡ ଠିକ ଅଛିଟି,ବାର ଚଉଦ ଦିନ ର ପିଲା ତତେ ଦେଖିକି ହସିବ ।ଯା ଯା ଆଉ ରାଗେନା।ଯାହା ହେବାର ତ ହେଲାଣି ,ଆଉ ମୁଣ୍ଡ ବାଡ଼େଇ କାନ୍ଦିଲେ କଣ ହେବ ,ଯାହା ହେବାର ହେଲାଣି ସ୍ୱର୍ଗ କୁ ନିଶୁଣି ନାହିଁ କି ବଡ଼ ଲୋକ କୁ ଉତ୍ତର ନାହିଁ ।ତୁ ଯାହା ଭାବୁଛୁ ଭାବେ ।ମତେ ଖୁଶି ଲାଗୁଛି କାଳୀ ଆଉ ମୁଁ ବାବା ବୋଉ ହେଇଗଲୁ।କାଲି ଗାଁ ରେ ଆଉ ଥରେ ଦୋକାନ ରେ ମିଠା କରି ବାଣ୍ଟିବି।
ସକାଳୁ ଉଠି ଗାଁ ଦୋକାନ ରେ ମିଠା କରି ରଘୁଆ ଗାଁ ସାରା ବାଣ୍ଟି ଲା ,ଗାଁ ଲୋକେ ତା ଝିଅ କୁ ଆଶ୍ରିବାଦ କଲେ ।ଝିଅ ଆସ୍ତେ ଆସ୍ତେ ବଡ଼ ହେଲା ,କୁନି କୁନି ପାଦ ରେ ଘର ଅଗଣା ରେଘୁରି ବୁଲିଲା ,ନାଲି ଟୁକୁ ଟୁକୁ ଓଠ ରେ ଯେତେ ବେଳେ ଉମା ଦେବୀ କୁ ଜେଜେ ମା ଡାକିଲା ,ଉମା ଦେବୀ ଙ୍କର ଛାତି ଟା ପ୍ରେମ ସେନେହ ରେ ଫାଟି ପଡିଲା ।ନାତୁଣୀ କୁ କୋଳେକରି କହିଲା,, ଆଲୋ ମୋ ଏକେଇ ବାଳା ବିସିକେସିନୀ ମୋର ଅନ୍ଧାର ଘରେ ଆଲୁଅ ମୋର, ତତେ ଦଇବ ସାହା ହଉ ।ନାତୁଣୀ ଗାଲ ରେ ଗେଲ କରି ତାକୁ ଅଜସ୍ର ଆଶ୍ରିବାଦ ଦେଲେ ରାଗ ର ସବୁ ସ୍ୱର ମିଠା ପାଲଟି ଯାଇଥିଲା ,,ସେ କୁନି କୁନି ସ୍ୱର ରେ ଜେଜେମା ଡାକ ଟା କାନ କୁ ତାର ବାରମ୍ବାର ଶୁଣିବାକୁ ଇଚ୍ଛା କରୁଥିଲ ମୁହଁ ରୁ ଖାଲି ଆଶ୍ରିବାଦ ବାହାରୁଥିଲା ,,ସେହି କୁନି ଝିଅ ପାଇଁ ଯାହାକୁ ଡାକ୍ତରଖାନା ରେ ନ ଦେଖିକି ସେ ଚାଲିଆସିଥିଲା,ଆଉ କହିଲା ତୁଳସୀ ଦୁଇ ପତ୍ର ରୁ ବାସିଲା ପରି ତୁ ମୋ କୂଳ କୁ ଉଜ୍ଜ୍ବଳ କରିବୁ ମାଆ।
,ଦୂର ରେ ଥାଇ ,ରଘୁଆ ଆଉ କାଳୀ ବୋହୂ ର ଖୁସି ର ସୀମା ନ ଥିଲା ।ରଘୁଆ କହିଲା ବୋଉ ଲୋ କଣ କାଲୁ ଆଜି ମନ ଖୁସି କରି ଦେଲୁ ।ଉମା ଦେବୀ କହିଲା ମୁଁ ବୁଝି ସାରିଲିଣି ରେ ତୁ ଆଉ ତୋ ସ୍ତ୍ରୀ ମତେ କେତେ ଭଲ ପାଅ
ଉମା ଦେବୀ ମନେ ମନେ କହୁଥିଲା ,କପଟ ଚିନ୍ତା ପରିହାରି ସରଳ ଭାବ ହୃଦେ ଧରି ଭାଷଣ ସତ୍ୟ ପ୍ରିୟ ବାଣୀ ତୋଷିବ ନିତ୍ୟ ସର୍ଵ ପ୍ରାଣୀ ।ଆଜି କାଳୀ ବୋହୁ ର ସରଳତା ଯୋଗୁଁ ସେ ଆଜି ବଦଳି ଯାଇଛି ,,ଆଉ କାଳୀ ବୋହୁ ତାକୁ ଦେଇଛି ,ଜୀବନ ର ନୂତନତା। ଜେଜେମା ଆଜି ସେ ଶେଷ କୁ ହୋଇସାରିଛି ତା ନାତୁଣୀ ଯୋଗୁଁ ,ମନେ ମନେ ଭାରି ଖୁସି ସେ କହୁଥିଲା ,ଆଲୋ କାଳୀ ତୋ ର ସେ ଫୋନ ରେ ଜେଜେମା ନାତୁଣୀ ର ଗୋଟେ ଫୋଟୋ ଉଠେଇ ଦେ ମ ,କାଳେ ବୟସ ହେଲାଣି ମରି ହଜି ଯିବି ।ନାତୁଣୀ ମୋର ବଡ଼ ହେଲେ ଦେଖିବ ଫୋଟ ରେ ତା ଜେଜେମା କୁ ,କାଳୀ ଆସି କହିଥିଲା ,ବୋଉ ଆଉ ସେମିତି କଥା କୁହନି ,ଶୁଣିବାକୁ ଭଲ ଲାଗୁନି,ଆଉ ଝିଅ ଟା ତାର ଆସି ଫୋଟୋ ଉଠେଇବା ପାଇଁ ଜେଜେମା କୋଳ ଖୋଜୁଥିଲା ।
ସମାପ୍ତ***********************ଗୀତାଞ୍ଜଳି ପୂଜାପଣ୍ଡା