ଅଜଣା ଅତିଥି

(5)
  • 23.5k
  • 0
  • 8.9k

ଠକ୍ ଠକ୍...... ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ଘଡ଼ିରେ ଗୋଟାଏ ବାଜିବାକୁ ଆଉ ମାତ୍ର କେଇଟା କ୍ଷଣ ବାକି ଥିଲା । ରମେଶ ସେମିତି ଘଡ଼ି ଉପରେ ନଜର ରଖିଥିଲା, ଘଡ଼ି ମଧ୍ୟ ଢ଼ଂ କରି ବାଜି ଉଠିଲା । ରମେଶ ପୁଣିଥରେ ଚମକି ପଡ଼ିଲା । ଚମକି ପଡ଼ି ଦୁଇ ପାଦ ମଧ୍ୟ ଘୁଞ୍ଚି ଯାଇଥିଲା । କବାଟର ଆରପଟରୁ ସେମିତି ଠକ୍ ଠକ୍ ଶବ୍ଦ ଶୁଭି ଚାଲିଥିଲା । ରମେଶ ଧିରେ ଧିରେ କବାଟ ପାଖକୁ ଗଲା । କବାଟର ଏପଟରୁ ଥାଇ ବଡ଼ ପାଟିରେ ଚିତ୍କାର କରି ପଚାରିଲା କିଏ ? କବାଟର ଆରପଟରେ ଥିବା ଲୋକ ଜଣଙ୍କ ନିଜର ପରିଚୟ ଦେଲା । ପରିଚୟ ଶୁଣି ରମେଶ ଭାବିଲା ଆରେ ଏ ତ କୋୖଣସି ଅଜଣା ଅତିଥି ନୁହେଁ । ଇଏ ତ ହୋଉଛି ମୋ ପିଲାବେଳର ସାଥୀ ରାକେଶ । ଯାହା ସାଥେ ଧୂଳି ଖେଳ ଠାରୁ ଆରମ୍ଭ କରି ହକି ଯାଏଁ ସବୁକିଛି ଖେଳିଛି । କିନ୍ତୁ ଗ୍ରାଜୁଏସନ୍‌ ପରେ କେଉଁଠି ଉଭାନ ହୋଇ ଯାଇଥିଲା । ରମେଶ ଆଉ କାଳ ବିଳମ୍ବ ନକରି କବାଟ ଖୋଲିଲା । ହେଲେ ଏ କ'ଣ ଦେଖୁଚି ସେ ? ଦେହରେ ତାର ଥିଲା ରକ୍ତର ଛିଟା ଆଉ ହାତରେ ଥିଲା ଗୋଟିଏ ବନ୍ଧୁକ । ରମେଶ ଆଶ୍ଚର୍ଯ୍ୟ ହୋଇଗଲା । ଏ କ'ଣ ? ଏଇ କଣ ସେଇ ରାକେଶ ଯିଏ ଦଶମ ଶ୍ରେଣୀରେ ରାଜ୍ୟର ଶ୍ରେଷ୍ଠ ଦଶଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଥିଲା । ଆଉ ରସାୟନ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ବିଜେତା ।

1

ଅଜଣା ଅତିଥି - 1

ଠକ୍ ଠକ୍......ରମେଶ ଛାତିରେ ଛନକା ପଶିଲା । ରମେଶ ଥରି ଥରି ଡ଼୍ରଇଁ ରୁମକୁ ଆସିଲା । କାନ୍ଥରେ ଟଙ୍ଗା ହୋଇଥିବା ଘଡ଼ି ଅନାଇଲା । ଗୋଟାଏ ବାଜିବାକୁ ଆଉ ମାତ୍ର କେଇଟା କ୍ଷଣ ବାକି ଥିଲା । ରମେଶ ସେମିତି ଘଡ଼ି ଉପରେ ନଜର ରଖିଥିଲା, ଘଡ଼ି ମଧ୍ୟ ଢ଼ଂ କରି ବାଜି ଉଠିଲା । ରମେଶ ପୁଣିଥରେ ଚମକି ପଡ଼ିଲା । ଚମକି ପଡ଼ି ଦୁଇ ପାଦ ମଧ୍ୟ ଘୁଞ୍ଚି ଯାଇଥିଲା । କବାଟର ଆରପଟରୁ ସେମିତି ଠକ୍ ଠକ୍ ଶବ୍ଦ ଶୁଭି ଚାଲିଥିଲା । ରମେଶ ଧିରେ ଧିରେ କବାଟ ପାଖକୁ ଗଲା । କବାଟର ଏପଟରୁ ଥାଇ ବଡ଼ ପାଟିରେ ଚିତ୍କାର କରି ପଚାରିଲା କିଏ ?କବାଟର ଆରପଟରେ ଥିବା ଲୋକ ଜଣଙ୍କ ନିଜର ପରିଚୟ ଦେଲା । ପରିଚୟ ଶୁଣି ରମେଶ ଭାବିଲା ଆରେ ଏ ତ କୋୖଣସି ଅଜଣା ଅତିଥି ନୁହେଁ ...Read More