ହୋସ୍ ଆସିଲା ପରେ ମୋ ଭିତରେ ମୋ "ହାର୍ଟ "ରେ ଅଜବ ଏକ ଅନୁଭବ ହେଉଥିଲା।ବୁଝି ପାରୁନାହିଁ "ହାର୍ଟ" ଟି କାହିଁକି ଏପରି ହରକତ୍ କରୁଛି।ହସ୍ପିଟାଲରୁ ଡିସଚାର୍ଚ୍ଚ ହୋଇ ଘରକୁ ଆସିଲି।ଖୋଜିଲି ସାମ୍ରାଟଙ୍କୁ।ମାଆ ସମ୍ରାଟ କାହାନ୍ତି?ବାବା ସମ୍ରାଟ?ସମସ୍ତେ ଚୁପ୍।ଯେତେବେଳେ ଯାହା ପଚାରିଲେ ଏମାନେ ଚୁପ୍ ରୁହନ୍ତି କାହିଁକି ଯେ? ହଁ ସବୁଦିନ ତ ଏମିତି।ଇଏ କେଉଁ ନୂଆ କଥା କି ?ସାମ୍ରାଟ କେବେ ମୋ ରୂପ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ।ତଥାପି ନିଜକୁ ସଜାଏ ଅଭିସାରିକା ଭାବେ।ହୁଏତ କେବେ ମୁନୀ ମନ ଢଳିବ, ହୁଏତ ମୋ ଭାଗ୍ୟରେ ପତି ସୁଖ ମିଳିବ।ଦର୍ପଣ ଆଗରେ ନିଜକୁ ଦେଖୁଥିଲି। ଜିରୋ ସାଇଜ ଫିଗର୍। ଆହୁରି ଝଡି ଯାଇଛି ମେଡ଼ି